Webportal

ନିଜ ପାଇଁ ସୁରକ୍ଷା ଦାବି କଲା ରାଜ୍ୟ ପୋଲିସ

0 286

ରାଜ୍ୟରେ ବାରମ୍ବାର ପୋଲିସ ଉପରେ ହେଉଥିବା ଆକ୍ରମଣ କୁ ନେଇ ଆୟୋଜନ ସାମ୍ବାଦିକ ସମ୍ମିଳନୀରେ ଡାକ୍ତର ମାନଙ୍କ ଭଳି ପୋଲିସ ପାଈଁ ମଧ୍ୟ ଆଇନଗତ ସୁରକ୍ଷା ଦାବି କରିଛି ରାଜ୍ୟ ପୋଲିସ ସଙ୍ଘ।ଏହି ଅବସରରେ ବାଲିଆପାଳ ଥାନା ଆଇଆଇସି ଙ୍କୁ ଆକ୍ରମଣ କରିବା ଘଟଣାକୁ ନିନ୍ଦା କରିବା ସହ ପୋଲିସର ସୁରକ୍ଷା ପାଇଁ କୋୖଣସି ବ୍ୟବସ୍ଥା ନ ଥିବା କଥା କହିଛି ଓଡିଶା ଆରକ୍ଷୀ ସଂଘ। ଏହା ସହିତ ଆଇନ ଶୃଙ୍ଖଳା ତଦନ୍ତ ପ୍ରକ୍ରିୟା ପାଇଁ ପୃଥକ ପୃଥକ ଅଧିକାରୀ ନିଯୁକ୍ତି, ପ୍ରତି ଥାନାରେ ୧ ବା ୨ ସେକ୍ସନ ପୋଲିସ ଫୋର୍ସ ରଖିବା ଓ ବିଶୃଙ୍ଖଳା ସୃଷ୍ଟି କାରୀଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବି ସହ ସମସ୍ତ ସମସ୍ୟାର ସ୍ଥାୟୀ ପ୍ରତିକାର ଦାବି କରିଛି ସଙ୍ଘ।ପୋଲିସ ସଙ୍ଘର ସଭାପତି ସତ୍ୟଜିତ ମିଶ୍ରଙ୍କ ଅନୁଯାୟୀ ରାଜ୍ୟର ଜନସଂଖ୍ୟା ଅନୁପାତରେ ପୋଲିସ ସଂଖ୍ୟା ବହୁତ କମ ଓ ଖାଲିଥିବା ପୋଲିସ ପଦବୀ ତୁରନ୍ତ ପୂରଣ କରାଯିବା ଦରକାର।ଏହା ସହିତ ଆଇନ ଶୃଙ୍ଖଳା ଏବଂ ତଦନ୍ତ ର ଅଲଗା ଅଲଗା ଶାଖା କରିବା ସହ ବାଲିଆପାଳ ଭଳି ଘଟଣା ର ପୁନରାବୃତ୍ତି ରୋକିବା ଦିଗରେ ସରକାର ଧ୍ୟାନ ଦେବାକୁ ଶ୍ରୀ ମିଶ୍ର କହିଛନ୍ତି।

Leave A Reply

Your email address will not be published.