Webportal

ଅନୁଗୁଳ ରେ ଶଙ୍କରାଚାର୍ଯ୍ୟ

0 280

ଅନଗୁଳ ଜିଲା ବନ୍ତଳା ରେଞ୍ଜ କାର୍ଯ୍ୟାଳୟ ନିକଟରେ ନିର୍ମାଣ କରାଯାଇଥିବା ଶ୍ରୀରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି ଯେଉଁଥିରେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ଯୋଗଦେଇ ଯଜ୍ଞ କାର୍ଯ୍ୟରେ ପୂର୍ଣ୍ଣାହୁତି ପ୍ରଦାନ କରିଥିଲେ ଓ ପରେ ବନ୍ତଳା ସରକାରୀ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଆୟୋଜିତ ଧର୍ମ ସଭାରେ ଯୋଗଦେଇ ଜଗଦ୍‌ଗୁରୁ ଲୋକଙ୍କ ମାର୍ଗଦର୍ଶନ କରିଥିଲେ। ଏହି ଅବସରରେ ଜଗଦ୍‌ଗୁରୁ କହିଥିଲେ ସମାଜରେ ମାତୃଶକ୍ତିର ଜାଗରଣ ହେଲେ ବୈପ୍ଳବିକ ଜାଗରଣ ସମ୍ଭବ ଓ ସମଗ୍ର ହିନ୍ଦୁ ସମାଜ ଏକହୋଇ ଧର୍ମର ସୁରକ୍ଷା କରିବା ପାଇଁ ଶଙ୍କରାଚାର୍ଯ୍ୟ ଆହ୍ବାନ ଦେଇଥିଲେ। ଓଡ଼ିଶାର ବିଭିନ୍ନ ରାଜ୍ୟରୁ ଆସିଥିବା ସାଧୁ ସନ୍ଥ, ମହନ୍ତ, ବିଦ୍ୱାନ ଯଥା ସ୍ବାମୀ ନିର୍ଭିକଳ୍ପା ନନ୍ଦ ସରସ୍ବତୀ, ସ୍ବାମୀ ସଚ୍ଚିଦାନନ୍ଦ ସରସ୍ବତୀ, ସ୍ବାମୀ ଜୀବନମୁକ୍ତା ନନ୍ଦ ପୁରୀ, ସ୍ବାମୀ ଧନଞ୍ଜୟ ପୁରୀ, ସ୍ବାମୀ ବ୍ରହ୍ମାନନ୍ଦ ସରସ୍ବତୀ, ସ୍ବାମୀ ଅଚ୍ୟୁତାନନ୍ଦ ସରସ୍ବତୀ, ସ୍ବାମୀ ଜିଜ୍ଞାସା ନନ୍ଦ ସରସ୍ବତୀ, ସ୍ବାମୀ ଭାଷ୍କର ତୀର୍ଥ, ସ୍ବାମୀ ବିଷ୍ଣୁଗିରି, ସ୍ବାମୀ ଡ. ସୃତି ସାଗର, ବ୍ରହ୍ମଚାରୀ ସତ୍ୟ ଚୈତନ୍ୟ, ଆଦିତ୍ୟ ବାହିନୀର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେମନ୍ତ କୁମାର ଦାସ, ଆଦିତ୍ୟ ବାହିନୀ ମହାସଚିବ ପଣ୍ଡିତ ମାତୃ ପ୍ରସାଦ ମିଶ୍ର, ପୀଠ ପରିଷଦର ରାଜ୍ୟ ଉପସଭାପତି ପଣ୍ଡିତ ରୋହିତ କୁମାର ଦାସ ଓ ଅନୁଗୋଳ ଜିଲା ଆଦିତ୍ୟ ଏବଂ ଆନନ୍ଦ ବାହିନୀ ସମସ୍ତ ପଦାଧିକାରୀମାନେ ଯୋଗଦେଇଥିଲେ।  ଏଥିରେ ୫ ହଜାରରୁ ଊର୍ଦ୍ଧ୍ୱ ଭକ୍ତ ଯୋଗଦେଇଥିଲେ। ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

Leave A Reply

Your email address will not be published.